ଜୁଏଲ୍‌ ଓରାମ୍‌ ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ , ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଏହାର ସଦସ୍ୟ

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ – ମୋଦୀ ସରକାର ପାର୍ଲାମେଣ୍ଟର ଅନେକ କମିଟିର ସଦସ୍ୟ ଓ ଏହାର ଅଧ୍ୟକ୍ଷଙ୍କ ନାମ ପ୍ରକାଶ କରିଛନ୍ତି । ଏଥିରେ ଓଡ଼ିଶାର ଅନେକ ସାଂସଦ ସ୍ଥାନ ପାଇଛନ୍ତି । ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଭାବେ  ଜୁଏଲ୍‌ ଓରାମଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଭର୍ତ୍ତୃହରି ମହତାବଙ୍କୁ ଶ୍ରମ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ପରିବହନ , ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ପ୍ରସନ୍ନ ଆଚର୍ଯ୍ୟ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ପର୍ସୋନେଲ୍, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ ସଂସଦୀୟ କମିଟିରେ ସୁରେଶ ପୂଜାରୀ ସ୍ଥାନ ପାଇଛନ୍ତି ।

ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଭାବେ ଜୁଏଲ୍ ଓରାମ ନିଯୁକ୍ତି ପାଇଥିବା ବେଳେ  କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି କମିଟିର ସଦସ୍ୟ ରହିଛନ୍ତି । ଓଡିଶାର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ବି ଏହି କମିଟିର ସଦସ୍ୟ ଅଛନ୍ତି ।

ବୈଦେଶିକ ବ୍ୟାପାରର ସଂସଦୀୟ କମିଟିର ସଦସ୍ୟ ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଚୟନ କରାଯାଇଥିବା ବେଳେ  ସାଂସଦ ରଘୁନାଥ ମହାପାତ୍ରଙ୍କୁ ଶ୍ରମ କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି । ଶ୍ରମ କମିଟିର ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତି ଦିଆଯାଇଛି ।

ଅର୍ଥ ବିଭାଗର ସସଂଦୀୟ କମିଟିରେ  ସାଂସଦ ଅମର ପଟ୍ଟନାୟକଙ୍କୁ ସଦସ୍ୟ ଚୟନ କରାଯାଇଛି।

wp:gallery {"ids":[157717,157718,157719]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.