ବେହମଇ କାଣ୍ଡ: ମିଳିଲାନୀ କେସ୍ ଡାୟରୀ, ଏବେ ୨୪ ତାରିଖରେ କୋର୍ଟ ଦେଇପାରନ୍ତି ରାୟ

Published By : Prameya-News7 Bureau | January 18, 2020 IST

କାନପୁର ୧୮।୧: ଦସ୍ୟୁରାଣୀ ଫୁଲନ ଦେବୀ ଉତ୍ତରପ୍ରଦେଶ କାନପୁରର ଗ୍ରାମୀଣ ଥାନା ବେହମଇରେ ଭିଆଇଥିବା ନାରକୀୟ କାଣ୍ଡର ଶନିବାର ବି ରାୟ ଆସିପାରିନି। ଫୁଲନ ଓ ତାଙ୍କ ସାଥୀ ଡକାୟତ ଗ୍ରାମର ୨୦ ଜଣ ଲୋକଙ୍କୁ ଗାଁ ଦାଣ୍ଡରେ ଛିଡାକରି ଗୁଳିକରିଥିଲେ।  ଗତ ଶୁଣାଣି ବେଳେ ଡିଫେନ୍ସ ଓକିଲଙ୍କୁ ଯୁକ୍ତି ରଖିବାକୁ କୋର୍ଟ ମହଲତ ଦେଇଥିଲେ। ଏଣୁ ୧୮ ତାରିଖରେ ଏହି ଐତିହାସିକ କାଣ୍ଡର ରାୟ ଆସିବା ନିଶ୍ଚିତ ଥିଲା। ହେଲେ କୋର୍ଟଙ୍କ ରାୟ ଘୋଷଣା ବେଳକୁ ୩୯ ବର୍ଷ ପୁରୁଣା ଏହି ମାମଲାର କେସ୍ ଡାୟରୀ ମିଳି ନଥିଲା। ଏଣୁ ୨୪ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି। 

{"id":213000,"width":574,"height":430,"sizeSlug":"large"}

ସୂଚନା ଯୋଗ୍ୟଯେ ଏହି ଗଣ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଫୁଲନ ଦେବୀର ହତ୍ୟା ହୋଇସାରିଛି। ତେବେ ସରକାରୀ ଓକିଲ ରାଜୁ ପୋରୱାଲଙ୍କ ସୂଚନା ଅନୁସାରେ କୋର୍ଟ ମାମଲାର କେସ୍ ଡାୟରୀ ଖୋଜି କାଢିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଦ୍ଧିତ ସେସନ୍ସ କ୍ଲର୍କଙ୍କୁ ଏ ସମ୍ପର୍କରେ ନୋଟିସ୍ ଜାରି କରାଯାଇଛି। ଫୁଲନ ତା ପ୍ରତି ହୋଇଥିବା ଗଣ ଦୁଷ୍କର୍ମର ପ୍ରତିଶୋଧ ଲାଗି ଏହି ଗଣ ସଂହାର କରିଥିବାର କୁହାଯାଏ। ୧୪ ଫେବୃଆରୀ ୧୯୮୧ ମସିହାର ଏହି କାଣ୍ଡରେ ମୃତକ ୨୦ ଜଣଙ୍କ ମଧ୍ୟରୁ ୧୭ ଜଣ ଠାକୁର ସମ୍ପ୍ରଦାୟର ଥିଲେ।  ଘଟଣାର ୨ ବର୍ଷ ପର୍ଯ୍ୟନ୍ତ ପୋଲିସ ମୁଖ୍ୟ ଅଭିଯୁକ୍ତ ଫୁଲନକୁ ଗିରଫ କରିବାରେ ବିଫଳ ହୋଇଥିଲା। ତେବେ ୧୯୯୩ ମସିହାରେ ଫୁଲନ ମଧ୍ୟପ୍ରଦେଶ ସରକାଙ୍କ ନିକଟରେ ତାର ଡକାୟତ ଦଳଙ୍କ ସହ ଆତ୍ମସମର୍ପଣ କରିଥିଲା।

{"id":213001,"sizeSlug":"large"}

ବେହମଇ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଫୁଲନ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇସାରିଛି। ଏଣୁ ମାମଲାରେ ଏବେ ଫୁଲନ ଆଉ ମୁଖ୍ୟ ଅଭିଯୁକ୍ତ ନାହାନ୍ତି। ତେବେ ଟ୍ରାୟଲ କୋର୍ଟ ଏପର୍ୟ୍ୟନ୍ତ ରାୟ ଦେଇ ପାରିନାହାନ୍ତି। ଗତବର୍ଷ ଶେଷ ସପ୍ତାହରେ ମାମଲାର ରାୟ ଘୋଷଣା ହେବାର ଥିଲା। ତେବେ କାରଣ ବସତଃ କୋର୍ଟ ୬ ଜାନୁୟାରୀକୁ ଦିନ ଧାର୍ଯ୍ୟ କରିଥିଲେ। ତେବେ ଡିଫେନ୍ସ ଓକିଲଙ୍କ ନିବେଦନ ଆଧାରରେ କୋର୍ଟ ଜାନୁୟାରୀ ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ। ହେଲେ ରାୟ ଦିନ କେସ ଡାୟରୀ ହଜି ଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.