ପାଟିଆଲା ହାଉସକୋର୍ଟ ଅତିରିକ୍ତ ସେସନ୍ସ ଜଜ୍‌ଙ୍କ ବଦଳି, ଜାରି କରିଥିଲେ ନିର୍ଭୟା ଦୋଷୀଙ୍କ 'ଡେଥ୍ ୱାରେଣ୍ଟ'

Published By : Prameya-News7 Bureau | January 23, 2020 IST

ନୂଆଦିଲ୍ଲୀ ୨୩।୧: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କ ଲାଗି ଡେଥ୍ ୱାରେଣ୍ଟ ଜାରି କରିଥିବା ପାଟିଆଲା ହାଉସ୍ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଆରୋରାଙ୍କର ବଦଳି ହୋଇଯାଇଛି। ବିଚାରପତି ଆରୋରା ସୁପ୍ରିମକୋର୍ଟରେ ଅତିରିକ୍ତ ରେଜିଷ୍ଟ୍ରାର ନିଯୁକ୍ତ ହୋଇଛନ୍ତି। ନିର୍ଭୟା କାଣ୍ଡର ଅପରାଧୀଙ୍କ ଦଣ୍ଡକୁ ଗତ ୭ ବର୍ଷ ହେଲା ଦେଶବାସୀ ଚାହିଁ ବସିଥିବା ବେଳେ ଜଜ୍ ଆରୋରା ହିଁ ପ୍ରଥମେ ସେମାନଙ୍କର ଡେଥ ୱାରେଣ୍ଟ ଜାରି କରିଛନ୍ତି।

{"id":215030,"width":580,"height":370,"sizeSlug":"large"}

୨ ଥର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ଜଜ୍‌
ନିର୍ଭୟା ମାମଲାରେ ଏପର୍ଯ୍ୟନ୍ତ ୨ ଥର ଡେଥ୍ ୱାରେଣ୍ଟ ଜାରି ହୋଇଛି। ଉଭୟ ୱାରେଣ୍ଟ ଅତିରିକ୍ତ ସେସନ୍ସ ଜଜ୍ ସତୀଶ ଆରୋରା ହିଁ ଜାରି କରିଛନ୍ତି। ସେ ପ୍ରଥମ ଥର ଜାନୁୟାରୀ ୭ ତାରିଖ ଦିନ ନିର୍ଭୟାକାଣ୍ଡ ଆପରାଧୀଙ୍କ ଦଣ୍ଡବିଧାନ ଲାଗି କୋର୍ଟ ୱାରେଣ୍ଟ ଜାରି କରିଥିଲେ। ଏଥିରେ ଜାନୁୟାରୀ ୨୨ ତାରିଖ ଦିନ ସେମାନଙ୍କ ଦଣ୍ଡବିଧାନ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସେତେବେଳେ ଅପରାଧୀଙ୍କର କିଛି ମାମଲା ବିଚାରଧୀନ ଥିବାରୁ କୋର୍ଟ ଦ୍ୱିତୀୟବାର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି।  ଶେଷ ଥର ଜାରି ହୋଇଥିବା ଡେଥ୍ ୱାରେଣ୍ଟ ଅନୁସାରେ ୧ ଫେବୃଆରୀ ୨୦୨୦ ସକାଳ ୬ଟା ବେଳେ ଦଣ୍ଡ ପାଳନ ନିମନ୍ତେ ନିର୍ଦ୍ଦେଶ ରହିଛି। 

{"id":215031,"sizeSlug":"large"}

ସେପଟେ କୋର୍ଟ ଅପରାଧୀଙ୍କ ଡେଥ୍ ୱାରେଣ୍ଟ ଜାରି କରିସାରିଥିବାରୁ ଦଣ୍ଡ ପାଳନ ନିମନ୍ତେ ତିହାର ଜେଲରେ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦଣ୍ଡପାଳନ  ଲାଗି ଘାତକ ଆସି ସାରିଥିବା ବେଳେ ଦଣ୍ଡବିଧାନ ପ୍ରକ୍ରିୟା ନିମନ୍ତେ ରିହର୍ସେଲ କରିଛନ୍ତି। କାରାଗାର ପକ୍ଷରୁ ଅପରାଧୀଙ୍କ ଲାଗି ଶେଷ କାର୍ଯ୍ୟାନୁଷ୍ଠାନ କରାଯାଇଥିବା ବେଳେ ସେମାନଙ୍କର ବିଭିନ୍ନ ଇଛା ନେଇ ପଚରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.