Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ , ରାୟ ଶୁଣିବା ମାତ୍ରେ କୋର୍ଟ ରୁମରେ ଛୁରିରେ ନିଜ ଗଳାକୁ କାଟିଦେଲା ଅଭିଯୁକ୍ତ….

17/09/2019 at 10:59 PM

ଛତ୍ରପୁର୧୭|୯: ମଧ୍ୟପ୍ରଦେଶର ଛତ୍ରପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ପାଇଁ କୋର୍ଟ ରାୟ ଦେଇଥିଲେ। ଏହାପରେ କୋର୍ଟ ଭିତରେ ଛୁରିରେ ନିଜ ଗଳା କାଟି ଆତ୍ମହତ୍ୟା କରିବା ପାଇଁ ଅଭିଯୁକ୍ତ ଉଦ୍ୟମ କରିଥିଲା। ରକ୍ତାକ୍ତ ଅବସ୍ଥାରେ ଅଭିଯୁକ୍ତକୁ ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଥିଲା। ଦୁଷ୍କର୍ମ ମାମଲାରେ  ଅଭିଯୁକ୍ତ ଓମକାରକୁ ୧୦ ବର୍ଷ ଜେଲ ଦଣ୍ଡ ଓ ୫ ହଜାର ଜରିମାନା ଦେବା ପାଇଁ କୋର୍ଟ ରାୟ ଦେଇଥିଲେ। ଏହାପରେ ସେ ଏହିଭଳି କାଣ୍ଡ  କରିଥିବା ଦେଖିବାକୁ ମିଳିଥିଲା।

ଅଭିଯୁକ୍ତ ପକ୍ଷର ଓକିଲ ରାଜେନ୍ଦ୍ର ସକ୍ସସେନାଙ୍କ କହିବା ମୁତାବକ, ଅଭିଯୁକ୍ତ ଓମକାର ବିରୋଧରେ ଦୁଷ୍କର୍ମ ମାମଲା ଥିଲା । ଫେସବୁକ ମାଧ୍ୟମରେ ଛତ୍ରପୁରର ଜଣେ ଯୁବତୀଙ୍କ ସହ ତାଙ୍କର ସଂପର୍କ ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ଼ ହେବା ପରେ ଛତ୍ରପୁରରେ ଦୁହେଁ ଏକାଠି ରହୁଥିଲେ। କିଛିଦିନ ରହିବା ପରେ ଓମକାରକୁ ପୀଡ଼ିତା ଯୁବତୀ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଟଙ୍କା ନଦେଲେ ଥାନାରେ ଓମକାର ବିରୋଧରେ ଏଫଆଇଆର ଦେବେ ବୋଲି ପୀଡ଼ିତା ଯୁବତୀ ତାଙ୍କୁ ଧମକ ଦେଇଥିଲେ। ଅଭିଯୋଗକାରିଣୀଙ୍କୁ ବହୁଦିନ ଧରି ଓମକାର ଟଙ୍କା ଦେଇ ଆସୁଥିଲା। ମାତ୍ର ପଇସା ଦେବା ବନ୍ଦ କରିବାରୁ ସେ ବଳାତ୍କାର ମାମଲା ରୁଜୁ କରିଥିବା ଅଭିଯୁକ୍ତଙ୍କ ଓକିଲ ସୂଚନା ଦେଇଛନ୍ତି ।

   Related Posts