ଆନ୍ଦୋଳନ ଯୋଗୁଁ କଟକ ଜିଲ୍ଲା ଜଜ୍‌ଙ୍କୁ କୋର୍ଟ ଯିବାକୁ ଦେଲେନି ଆନ୍ଦୋଳନକାରୀ ଆଇନଜୀବୀ, ରାସ୍ତାରେ ଅଭିଯୋଗ ଶୁଣିଲେ ବିଚାରପତି

Published By : Prameya-News7 Bureau | September 26, 2018 IST

କଟକ ୨୬|୯: ଆଜି ମଧ୍ୟ କଟକରେ ଆଇନଜୀବୀମାନେ ସରକାରୀ କଳକୁ ଠପ୍ କରିଦେଇଥିଲେ । ସଦର ମହକୁମାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ରାସ୍ତାରୋକ କରି ଆଇନଜୀବୀମାନେ ଅସନ୍ତୋଷ ଜାହିର କରିଥିଲେ । ସେପଟେ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିସାରିଛି । କିନ୍ତୁ ଆସନ୍ତୁଷ୍ଟ ଆଇନଜୀବୀଙ୍କ ଦାବି ମୂଳ ମୁଦାଲାମାନଙ୍କୁ ଗିରଫ କର । ତେବେ ଏସବୁ ଭିତରେ କିନ୍ତୁ ଜିଲ୍ଲା ଜଜ୍ ରାସ୍ତାରେ ମହକିଲଙ୍କ ଆପତ୍ତି ଅଭିଯୋଗ ଶୁଣିଛନ୍ତି । ସରକାରୀ ଅଫିସ ବନ୍ଦ କରି ରାସ୍ତାରେ ଆଇନଜୀବୀଙ୍କ ପିକେଟିଂ । ଏପଟେ ରାସ୍ତାରେ ବସିଲା କୋର୍ଟ । କଟକ ଜିଲ୍ଲା ଜଜ୍ ରାସ୍ତାରେ ମହକିଲଙ୍କ ଆପତ୍ତି ଅଭିଯୋଗ ଶୁଣିଲେ। ମଙ୍ଗଳବାର ଭଳି ବୁଧବାର ବି ଆଇନଜୀବୀମାନେ ସରକାରୀ କଳକୁ ଠପ୍ କରିଦେଇଛନ୍ତି । ସମସ୍ତ ସରକାରୀ ଅଫିସରେ ତାଲା ମାରି ରାସ୍ତାରେ ବସି ପିକେଟିଂ କରୁଛନ୍ତି ।ପୋଲିସ ଉପରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ ଆଜି ରାସ୍ତାରେ ଅଜାଡି ଦେଇଥିଲେ ଆଇନଜୀବୀ । ଏପରିକି ଜିଲ୍ଲା ଜଜ୍ଙ୍କୁ ବି କୋର୍ଟକୁ ଛାଡିନଥିଲେ । କିନ୍ତୁ ରାସ୍ତାରେ ଢେଙ୍କାନାଳରୁ ଆସିଥିବା ଜଣେ ଗରିବ ମହିଳାଙ୍କର ଦୁଃଖ ଶୁଣିଛନ୍ତି ଜିଲ୍ଲା ଜଜ୍ । ସେପଟେ ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ହଇରାଣ ହୋଇଛନ୍ତି ସାଧାରଣଲୋକଙ୍କଠୁ ଆରମ୍ଭ କରି ସରକାରୀ କର୍ମଚାରୀ । ମଙ୍ଗଳବାର ରାତିରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ପୋଲିସର ପଦକ୍ଷେପ ଆଇନଜୀବୀଙ୍କୁ ସନ୍ତୁଷ୍ଟ କରିପାରିନି । ୨୯ ତାରିଖ ଦିନ ଆଇନଜୀବୀଙ୍କୁ ବିଚ୍ ରାସ୍ତାରେ ମାଡ ମାରିଥିବା ପୋଲିସ କର୍ମଚାରୀଙ୍କୁ ଗିରଫ କରିବାକୁ ପୁଣି ଥରେ ଦାବି ଦୋହରାଇଛନ୍ତି ଆଇଜୀବୀ । ବୁଧବାର ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆଇନଜୀବୀମାନେ ଅଲଟିମେଟମ୍ ଦେଇଥିଲେ । ନଚେତ୍ ଗୁରୁବାର ନବୀନ ନିବାସ ଘେରାଉ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.