Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଷାକ୍ତ ଖାଦ୍ୟରେ ଗଲା ଜଜ୍ ଓ ପୁଅଙ୍କ ଜୀବନ, ପୋଲିସ୍ ପାଇଁ ରହସ୍ୟ ପାଲଟିଲା ଅଟା

28/07/2020 at 2:10 PM

ବେତୁଲ୍ ୨୮।୦୭:  ବେତୁଲ ଜିଲ୍ଲା ନ୍ୟାୟଳୟର ସେସନ କୋର୍ଟ ବିଚାରପତି ମହେନ୍ଦ୍ର କୁମାର ତ୍ରିପାଠୀ ଓ ତାଙ୍କ ପୁତ୍ର ଅଭିନବ ରାଜ ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଛି । ବିଷାକ୍ତ ଖାଦ୍ୟ ଖାଇ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେ ଖାଇଥିବା ରୁଟି ବିଷାକ୍ତ ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସମ୍ପର୍କରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ୨୧ଜୁଲାଇ ଦିନ ବିଚାରପତି ମହେନ୍ଦ୍ର କୁମାର ତ୍ରିପାଠୀ ଓ ତାଙ୍କର ଦୁଇ ପୁଅଙ୍କ ପାଇଁ ଖାଇବା ପାଇଁ ୬ଟି ରୁଟି ହୋଇଥିଲା । ସେପଟେ ବିଚାରପତିଙ୍କ ପତ୍ନୀ ରୁଟି ଖାଉନଥିବାରୁ , ତାଙ୍କୁ ପାଇଁ ସେ ଭାତ କରିଥିଲେ । ତେବେ ସଂଧ୍ୟା ସମୟରେ ଯେତେବେଳେ ଖାଇବା ପାଇଁ ଥାଳି ପାଖରେ ବିଚାରପତି ଓ ତାଙ୍କ ପୁତ୍ର ବସିଥିଲେ । କିଛି ଖାଦ୍ୟ ଖାଇବା ପରେ ଉଭୟ ବାନ୍ତି କରିବାକୁ ଲାଗିଥିଲେ ।  ବିଚାରପତିଙ୍କ ପତ୍ନୀ ନର୍ସ ହୋଇଥିବାରୁ , ସେ ଜିଲ୍ଲା ଚିକିତ୍ସାଳୟର ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁଇ ଦିନ ଧରି ଘରେ ଚିକିତ୍ସା କରିଥିଲେ । କିନ୍ତୁ ଲଗାତର ଭାବେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ , ଶେଷରେ ତୃତୀୟ ଦିନ ସମସ୍ତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତଥାପି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥିଲା । ତେବେ ମେଡିକାଲରେ ଥିବା ସମୟରେ ପୋଲିସ ବିଚାରପତିଙ୍କ ବୟାନ ରେକର୍ଡ କରିଥିଲା । ଘରେ ଥିବା ଅଟା ପ୍ୟାକେଟ୍‌ର ଯାଞ୍ଚ କରିବା ପାଇଁ ପୋଲିସକୁ ବିଚାରପତି କହିଥିଲେ । କିନ୍ତୁ ଏହାର କିଛି ସମୟ ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡିଥିଲା , ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ନାଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରପତି ଓ ତାଙ୍କ ବଡ଼ ପୁଅଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସାନ ପୁଅ (ଅଭିଷେକ)ଙ୍କ ଅବସ୍ଥା ଗୁରୁତର ରହିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଟା ପ୍ୟାକେଟ୍‌କୁ ଜବତ କରି ଯାଞ୍ଚ କରୁଛି ପୋଲିସ । ବିଚାରପତିଙ୍କ ଘରକୁ ସିଲ୍‌ କରାଯାଇଛି । ସେଠାରେ ଫରେନସିକ୍‌ ଟିମ୍‌ ପହଞ୍ଚି ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ପୋଲିସ ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରୁଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ଖୁବ୍‌ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖିଛି । ଯେତେ ଶୀଘ୍ର ତଦନ୍ତ ସରିବ, ସେତେ ଶୀଘ୍ର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts