ଅପ୍ରାକୃତିକ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ, ଉଠାଉଥିଲେ ନଗ୍ନ ଫଟୋ, ଦେଉଥିଲେ ଶାରୀରିକ ଓ ମାନସିକ ନିର୍ଯାତନା
3/08/2020 at 5:02 PM

ମୁମ୍ବାଇ, ୦୩|୦୮: ନ୍ୟାୟ ମାଗିଲେ ନ୍ୟାୟାଧିଶ । ଜଣେ ବିଚାରପତି ତାଙ୍କ ପରିବାର ସହ ବମ୍ବେ ହାଇକୋର୍ଟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି । କାରଣ ବିଚାରପତିଙ୍କ ବିରୋଧରେ ତାଙ୍କ ପତ୍ନୀ ଅମରାବତୀର ଓ୍ୱାରୁଦ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ଏପରିକି ବିଚାରପତି ତାଙ୍କ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି । ଏପରିକି ସେ ତାଙ୍କ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଆହୁରି ମଧ୍ୟ ବିଚାରପତିଜଣଙ୍କ ତାଙ୍କ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଉଠାଇଥିବା ମଧ୍ୟ ଅଭିଯୋଗ ହୋଇଛି ।
ପ୍ରଥମେ ବିଚାରପତିଙ୍କ ପତ୍ନୀ ଜାଲଗାଓଁ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିଲେ । ପରେ ଏହାକୁ ଓ୍ୱାରୁଦ ପୋଲିସ ଷ୍ଟେସନକୁ ପଠାଯାଇଥିଲା । ଅଭିଯୋଗ ପରେ ପୋଲିସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଆଇପିସି ଧାରା ୪୯୮ଏ, ୩୭୭, ୩୨୩,୫୦୪ ଓ ୫୦୬ରେ ମାମଲା ରୁଜୁ ହୋଇଛି । ତେବେ ସେମାନେ ଅଗ୍ରୀମ ଜାମିନ ପାଇସାରିଛନ୍ତି । ଏହାପରେ ସେମାନେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ବମ୍ବେ ହାଇକୋର୍ଟର ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପୋଲିସ ବିନା ଅନୁମତିରେ ଅଭିଯୁକ୍ତ ବିଚାରପତିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ୍ କରିପାରିବ ନାହିଁ । କାରଣ ବିଚାରପତି ଓ ତାଙ୍କ ପତ୍ନୀ ସହମତିରେ ବିବାହ ବିଚ୍ଛେଦ କରିଛନ୍ତି। ଅଗାମୀ ନିଷ୍ପତ୍ତି ପୂର୍ବରୁ ପୋଲିସ କୌଣସି ଚାର୍ଜସିଟ୍ ଦାଖଲ କରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଆହୁରି ଏଫଆଇଆର ଦାଖଲରେ ୧୩ ମାସ କଣ ପାଇଁ ବିଳମ୍ବ ହେଲା ବୋଲି ଅଭିଯୋଗକାରୀଙ୍କୁ ପ୍ରଶ୍ନ କରିଛନ୍ତି।