ବନ୍ଧନ ବ୍ୟାଙ୍କରେ କାମ କରୁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 30, 2020 IST

ଭଦ୍ରକ୩୦/୧: ୫ ଦିନ ପୂର୍ବରୁ ନିଖୋଜ ଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର। ବୈତରଣୀ ନଦୀରେ ଭାସୁଥିବା ମୃତଦେହକୁ ଉଦ୍ଧାର କଲା ଭଦ୍ରକ ଭଣ୍ଡାରିପୋଖରୀ ପୋଲିସ । ମୃତ ଯୁବତୀ ହେଉଛନ୍ତି ଆଗରପଡ଼ା ଥାନା ବିସଲକଣା ଗାଁର ଆଶାଲତା ଭୂୟାଁ ।

ଆଶାଲତା ୨ ବର୍ଷ ହେଲା ଭଦ୍ରକ ଗ୍ରାମଞ୍ଚଳ ଥାନା କେନ୍ଦୁଆପଦା ସ୍ଥିତ ବନ୍ଧନ ବ୍ୟାଙ୍କର ଫାଇନାନ୍ସ ସେକ୍ଟରରେ କାମ କରୁଥିଲେ । କେନ୍ଦୁଆପଦା ଠାରେ ଘର ଭଡ଼ା ନେଇ ସାଙ୍ଗଙ୍କ ସହ ରହୁଥିଲେ ଆଶାଲତା। ତେବେ ଗତ ଶୁକ୍ରବାର ସନ୍ଧ୍ୟାରେ ଶେଷ ଥର ପାଇଁ ମା ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଆଶାଲତା । ପରେ ମୋବାଇଲ୍ ଅଫ୍ ହୋଇଯାଇଥିଲା ।

ପରିବାର ଲୋକେ ଭଦ୍ରକ ଗ୍ରାମଞ୍ଚଳ ଥାନାରେ ଆଶାଲତାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ । ଆଶାଲତାଙ୍କ ମୃତଦେହ ବୈତରଣୀ ନଦୀର ଆଖୁଆପଦାଠାରେ ଭାସୁଥିବା ଖବର ପାଇଁ ଭଣ୍ଡାରିପୋଖରୀ ପୋଲିସ ଉଦ୍ଧାର କରିଛି । ଅନ୍ୟ ପଟେ ଆଶାଲତାଙ୍କ ସ୍କୁଟି କୌଣସି ବ୍ୟକ୍ତି ଉଦ୍ଧାର କରି ପାଣିକୋଇଲି ଥାନାରେ ଜିମା ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.