ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ଦୁଷ୍କର୍ମ କରି ହତ୍ୟା ସନ୍ଦେହ, ପୋଲିସ୍‌ ଆରମ୍ଭ କଲା ତଦନ୍ତ

Published By : Prameya-News7 Bureau | October 05, 2020 IST

ନବରଙ୍ଗପୁର୫/୧୦: ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର। ନବରଙ୍ଗପୁରର ଖାତିଗୁଡା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସା​‌ରେ ଖାତିଗୁଡାରୁ ମୋଞ୍ଚାଗାଁ ଯିବା ରାସ୍ତା ଇନ୍ଦ୍ରାବତୀ ପୋଲ ତଳେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ଯୁବତୀ ହେଲେ ଖାତିଡା ଅଭି ପ୍ରଧାନଙ୍କ ଝିଅ ମିନତୀ ପ୍ରଧାନ। ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି।

{"id":338987,"sizeSlug":"large"}

ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ବୋଲି ଥାନା ଅଧିକାରୀ କହିଛନ୍ତି। କିଏ ଓ କାହିଁକି ହତ୍ୟା ତାହା, ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ସ୍ଥାନୀୟ ଅଞ୍ଚଳରେ ଲୋକେ ଯୁବତୀଙ୍କ ମୃତଦେହ ନିକଟରେ ରୁଣ୍ଡ ହୋଇ ଘେରି ରହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.