Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମହାନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା: ପୋଷ୍ଟମର୍ଟମ ପାଇଁ ଗଲା ଲିପାଙ୍କ ମୃତଦେହ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

17/06/2020 at 3:04 PM

ବାଙ୍କୀ୧୭/୬: ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ମହନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କ  ମୃତଦେହ ଗତକାଲି ଉଦ୍ଧାର ହୋଇଛି। ମୃତା ଯୁବତୀ ହେଲେ ବଡ଼ମ୍ବାଥାନା ବିଧାରପୁର ଗାଁର ଲିପା ନାଏକ। ତାଙ୍କ ବୟସ ୨୯ ବର୍ଷ। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମୋବାଇଲ୍‌ରେ ଗପି ଗପି ଆସୁଥିବା ଲିପା ନାଏକ ହଠାତ୍ ମହାନଦୀକୁ ଡ଼େଇ ପଡିଥିଲେ। ଏହାପରେ  ଘଟଣାସ୍ଥଳରେ ଡମପଡା ଅଗ୍ନିଶମ ବାହିନୀ ପହଞ୍ଚି  ଦୀର୍ଘ ଚାରି ଘଣ୍ଟା ଖୋଜାଖୋଜି କରିବା ପରେ ଯୁବତୀଙ୍କ ମୃତଦେହ ମିଳିଥିଲା।

ପ୍ରତ୍ୟେକ୍ଷ ଦର୍ଶୀ ବୟାନ ଅନୁସାରେ ସୁବର୍ଣ୍ଣପୁର ଆଡ଼ୁ ଲିପା ମୋବାଇଲ ଫୋନ୍‌ରେ ଗପି ଗପି ବ୍ରିଜ ଉପରେ ଚାଲିଚାଲି ଅସୁଥିବାବେଳେ ହଠାତ ମହାନଦୀ ପାଣିକୁ ଡେଇଁ ପଡିଥିଲା। ପରେ ପୋଲିସିକୁ ଖବର ଦେବାରେ ପୋଲିସ୍‌ ଏବଂ ଅଗ୍ନିଶମ ବାହିନୀଙ୍କ ମିଳିତ ଉଦ୍ୟମରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତା ଯୁବତୀଙ୍କ  ବାପା ହସ୍ପିଟାଲରେ ଚାକିରି କରିଛନ୍ତି। କିନ୍ତୁ ଲିପା କାହିଁକି ମହାନଦୀକୁ ଡ଼େଇଁ ଆତ୍ମହତ୍ୟା କଲେ ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଲିପାଙ୍କ ମୃତଦେହର ଶବବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ୍‌ ସୂଚନା ଦେଇଛି।

   Related Posts