ମହାନଦୀ ପୋଲ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା, ମିଳିନାହିଁ ମୃତକଙ୍କ ପରିଚୟ
3/01/2021 at 7:12 PM

ସମ୍ବଲପୁର୩/୧: ମହାନଦୀ ପୋଲ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ମିଳିଥିବା ସୂଚନା ମୁତାବକ, ବୁର୍ଲା ନିକଟସ୍ଥ ମହାନଦୀ ପୋଲ ଉପରୁ ଯୁବତୀ ଡେଇଁ ପଡିଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେଉଁ କାରଣରୁ ଯୁବତୀ ଜଣଙ୍କ ଏଭଳି ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ସୁଦ୍ଧା ମୃତ ଯୁବତୀଙ୍କ ପରିଚୟ ମିଳି ନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଗହଳି ଲାଗି ରହିଛି।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021
ତାଲାପଦରରେ ନିର୍ମଣାଧିନ ବ୍ରିଜ୍ ଭୁଶୁଡିବା ଘଟଣା, SDO ଅସୀତ ପାତ୍ର ଗିରଫ
17 January 2021