କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | June 27, 2021 IST

ସୋର, ୨୭|୦୬ : କେନାଲରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚନ୍ଦ୍ରପଡ଼ା କେନାଲରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ସିମୁଳିଆ ପୋଲିସ ।

ଶନିବାର ବିଳମ୍ବିତ ରାତିରେ କେନାରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରିଥିଲା । ତେବେ ଯୁବତୀଙ୍କ  ପରିଚୟ ମିଳି ପରି ନାହିଁ । ଯୁବତୀଜଣଙ୍କ  ନୀଳ ଡ୍ରେସ ଓ ମାଟିଆ ଲେଗୀନ୍ସ ପିନ୍ଧିଥିବା ପୋଲିସ କହିଛି । ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.