ମେସରୁ ମିଳିଲା +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ : ପ୍ରେମ ନିବେଦନ କରୁଥିବା ଯୁବକ କିଏ ?

Published By : Prameya-News7 Bureau | September 28, 2021 IST

ଭଦ୍ରକ,୨୮/୦୯: ଜୀବନ ହାରିଲେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଏପରି ଅଘଟଣ ଘଟିଛି ।ଏକ ଘରୋଇ ମେସରେ ବନ୍ଦ କୋଠରୀ ଭିତରୁ ଫ୍ୟାନରେ ଓଢଣୀରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର କରିଛି । ଭଦ୍ରକ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସୁଚନା ଅନୁସାରେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସାହାଡ଼ା ହରିପୁର ଅଞ୍ଚଳର ପୂଜାରାଣୀ ମଲ୍ଲିକ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ । ସେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ଏକ ମାସ ହେଵ ସେ ଜଗନ୍ନାଥପୁରର ଏକ ଘରୋଇ ମେସରେ ଭଡାରେ ରହି ଆସୁଥିଲେ। ତେବେ ସୋମବାର କୌଣସି କାରଣଵଶତଃ ନିଜ ରୁମରେ ଭିତର ପଟୁ କବାଟ ଦେଇ ନିଜ ଓଢଣୀ ସାହାଯ୍ୟରେ ଫାସି ଦେଇଥିଲେ ।

ମେସ ମାଲିକ ଟାଉନ ପୋଲିସକୁ ଖବର ଦେବା ସହ ତାଙ୍କ ପରିବାରକୁ ଖବର ଦେଇଥିଲେ। ଟାଉନ ପୋଲିସ ମଙ୍ଗଳବାର ସେଠାରେ ପହଁଞ୍ଚି ମୃତଦେହକୁ ଜଵତ କରିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଜଣେ ଯୁବକ ପ୍ରେମ ନିଵେଦନ କରିବା ସହ ହଇରାଣ ହରକତ କରୁଥିଲେ । ତେଣୁ  ଯୁବତୀ ଆତ୍ମହତ୍ୟା କରିଥିବା ସେମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.