ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍

Published By : Prameya-News7 Bureau | March 13, 2020 IST

ଯାଜପୁର ୧୩।୩: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ହେଲେ ଗଙ୍ଗୋତ୍ରୀ ମହଳିକ ।

{"id":237499,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦ ପାତ୍ର କଲେଜ ପାଖରେ ଥିବା ଏକ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମୃତ ଯୁବତୀ ହେଲେ ତାଳଜଙ୍ଗ ପଞ୍ଚାୟତ ଗଙ୍ଗୋତ୍ରୀ ମହଳିକ ।ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.