ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଫେଲ୍ ମାରିବାରୁ ମରଣାନ୍ତକ ଆକ୍ରମଣ
2/06/2020 at 2:00 PM

ସୋର ୦୨।୦୬ : ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଫେଲ୍ ମାରିବାରୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ହାତ ଓ ଗୋଡ଼ କାଟି ଦିଆଯାଇଥିବା ସୂଚନା ରହିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ପଥର ପେଣ୍ଠ ଗାଁରେ ଘଟିଛି ଘଟଣା ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ଥାନା ପଥର ପେଣ୍ଠ ଗାଁର ଜୈନିକ ବ୍ୟକ୍ତିଙ୍କ ଝିଅକୁ ସେହି ଗାଁ ଯୁବକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଏକ ଧାରୁଆ ଅସ୍ତ୍ରରେ ହାତ ଓ ଗୋଡକୁ କାଟି ଦେଇଥିବା ଜଣା ପଡିଛି । ଗ୍ରାମବାସୀ ଯୁବତୀ ଜଣଙ୍କୁ ଉଦ୍ଧାର ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ କିଛି ଦିନ ତଳେ ଉଭୟ ପରିବାରଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ତେବେ ଏ ସଂପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।