ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି : ପୂର୍ବ ଶତ୍ରୁତା ସନ୍ଦେହ

Published By : Prameya-News7 Bureau | May 10, 2020 IST

ବ୍ରହ୍ମପୁର ୧୦।୦୫: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଆଁରେ ଅଘଟଣ । ବିଲରେ କାମ କରି ଘରକୁ ଫେରୁଥିବା ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି । ଯୁବକଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ ମେଡିକାଲେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ରୋହିଗାଆଁରେ ଜଣେ ଯୁବକ ବିଲରୁ କାମ କରି ଫେରୁଥିଲେ । ହଠାତ୍‌ ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଯୁବକଙ୍କ ମରଣାତ୍ମକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଯୁବକଙ୍କ ଗୋଡ , ହାତ ଓ ପିଠିରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଯାଇଛି । ଆହତ ଯୁବକଙ୍କ ନାମ ପୂର୍ଣ୍ଣ ଜେନା ବୋଲି ଜଣାପଡିଛି । ତେବେ କିଛି ଦିନ ତଳେ ପୂର୍ଣ୍ଣ ଭାଇ ଅଶୋକ ଜେନାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଆଉ ଏବେ ପୂର୍ଣ୍ଣଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେହିପରି ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.