ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | July 16, 2020 IST

ଭଦ୍ରକ ୧୬।୦୭: ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାରିଘରିଆ ଗାଁରେ ଘଟିଯାଇଛି ଘଟଣା । ମୃତ ଯୁବକଙ୍କ ନାମ ଦୁଃଖ ବେହେରା ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହରର ଚାରିଘରିଆ ଠାରେ ଜଣେ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ହେଲେ ଦୁଃଖ ବେହେରା । ସେ ପୂର୍ବରୁ ଜଣେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ରହି କାର୍ଯ୍ୟ କରୁଥିଲେ । ଆଜି ଦିନ ସମୟରେ ଦୁଃଖ ବେହେରାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଚାରିଘରିଆ ସ୍ଥିତ ଘର ଭିତରୁ ମିଳିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସେପଟେ ଆତ୍ମହତ୍ୟା ଘଟଣା ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.