ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 15, 2021 IST

ରାଉରକେଲା,୧୫/୧୦: ଦିନକୁ ଦିନ ଷ୍ଟିଲସିଟିରେ ବଢିବାରେ ଲାଗିଛି ଅପରାଧ । ଏହି ପରିପ୍ରେକ୍ଷୀରେ ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଛି । ଯୁବକଙ୍କ ଗଳା କାଟି ଅତି ବିଭତ୍ସ ହତ୍ୟା କରାଯାଇଛି । ସେକ୍ଟର-୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲ ପାଚେରୀ କଡରୁ ଉଦ୍ଧାର ହୋଇଛି ମୃତଦେହ ।

ମାତ୍ର ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ପୋଲିସର ତଦନ୍ତ ପରେ ସବୁକିଛି ସତ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.