Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାପା-ପୁଅ କଥା କଟାକଟି: ରାତିରେ ଶୋଇବାକୁ ଯାଇ ଆତ୍ମହତ୍ୟା କଲେ ଯୁବକ

16/10/2021 at 2:53 PM

କଣ୍ଟାବାଞ୍ଜି ୧୬/୧୦: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ମାଜୀପଡାର ଜଣେ ବିବାହିତ ଯୁବକ ବେକରେ ରଶି ଲଗାଇ ଘରେ ଆତ୍ମହତ୍ୟା କରିଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଉତ୍ତର ମାଝି । କଂଟାବାଞ୍ଜି ପୋଲିସ ଶବକୁ ଜବତ କରି ସ୍ଥାନିୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ରାତି କୌଣସି କଥାକୁ ନେଇ ଉତ୍ତର ତାଙ୍କ ବାପାଙ୍କ ସହ ଝଗଡା ଲାଗିଥିଲେ । ରାତିରେ ଶୋଇବାକୁ ଯାଉଛି କହି ନିଜ ଶୋଇଥିବା କୋଠରିର କବାଟ ଭିତର ପଟୁ ବନ୍ଦ କରିଥିଲେ । ସକାଳ ଦୀର୍ଘ ସମୟ ଯାଏ କବାଟ ନଖୋଲିବାରୁ ଘରଲୋକ ସଂଦେହ ହୋଇଥିଲା । କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ।

କବାଟ ଖୋଲିଲା ପରେ ଉତ୍ତର ଏକ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଉତ୍ତର ବଞ୍ଚି ଥାଇପାରେ ବୋଲି ପରିବାର ଲୋକ ତାକୁ ଉଦ୍ଧାର କରିଥିଲେ । ହେଲେ ସେହି ସମୟରେ ଉତ୍ତରଙ୍କ ମୃତ୍ୟ ହୋଇସାରିଥିଲା ।

   Related Posts