ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା, ଦୁଇ ଅଭିଯୁକ୍ତ ଫେରାର

Published By : Prameya-News7 Bureau | April 11, 2020 IST

ଆନନ୍ଦପୁର ୧୧।୦୪: ପାରିବାରିକ କଳହର କରୁଣ ପରିଣତି । ସାଧାରଣରେ କୁହାଯାଏ ପାଖରେ ପରିବାର ଥିଲେ ତୁମେ ବାହାର ଲୋକଙ୍କ ସହିତ ଲଢି ପାରିବ । କିନ୍ତୁ ସେହି ପରିବାରରେ ଯେତେବେଳେ ଫାଟ ସୃଷ୍ଟି ହୁଏ । ଏବଂ ସେହି ଫାଟ ଶେଷରେ ବିବାଦର ରୂପ ନିଏ । ତେବେ ପରିବାର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥାଏ । ଯାହାର ପଳସ୍ୱରୂପ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସିକାବେଡା ଗାଁରେ । ସମ୍ପର୍କୀୟ ବଡଭାଇର ପରିବାର ଲୋକଙ୍କ ଆକ୍ରମଣରେ ସାନ ଭାଇଙ୍କର ମୃତ ହୋଇଛି । ମୃତକ ଦିବାର ପୂର୍ତ୍ତ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":252233,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସିକାବେଡା ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ରାତି ସମୟରେ ସାନଭାଇ କୌଣସି ଜିନିଷ ପାଇଁ ବଡଭାଇ ଘରକୁ  ଯାଇଥିଲେ । ଏବଂ ସେଠାରେ ବଡଭାଇ ଓ ସାନଭାଇ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଶେଷରେ ବିବାଦ ଏତେ ବଢିଯାଇଥିଲା ଯେ ସାନଭାଇକୁ ଆକ୍ରମଣ କରିଥିଲେ ବଡଭାଇର ପରିବାର ଲୋକ ବୋଲି ଅଭିଯୋଗ ହୋଇଛି । ବଡଭାଇର ପରିବାର ଲୋକ ସଂଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ହତ୍ୟାକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସାମିଲ ଥିବା କାହାକୁ ଗିରଫ କରାଯାଇନାହିଁ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.