Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ

20/06/2021 at 9:24 AM

ଢେଙ୍କାନାଳ, ୨୦।୦୬ :  ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବଳଦିଆବନ୍ଧ ନିକଟରେ ବନ୍ଦ ହୋଇ ପଡିଥିବା ଏକ ଘରୋଇ ଚକ୍ଷୁ ହସ୍ପିଟାଲ ପରିସରରେ ଜଣେ ଯୁବକକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ବଳଦିଆବନ୍ଧ ଗ୍ରାମର ମିଥୁନ ଜେନା ।

ପୂର୍ବ  ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମିଥୁନଙ୍କ ନାମରେ ପୂର୍ବରୁ ବହୁ ଗୁଣ୍ଡାଗର୍ଦି, ମାଡ଼ପିଟ ଆଦି ବହୁ ମାମଲା ରହିଥିଲା । ତେବେ ପଥର ଖାଦାନ ଓ ଠିକାଦାରୀ ଆଦିକୁ ନେଇ ଅନେକଙ୍କ ସହ ତାଙ୍କର ବିବାଦ ଓ ଶତ୍ରୁତା ଏହି ହତ୍ୟାକାଣ୍ଡ ପଛର କାରଣ ବୋଲି କୁହାଯାଉଛି ।

ତେବେ ଶନିବାର ରାତି ପ୍ରାୟ ୮ତା ସମୟରେ ମିଥୁନ ଓ ବାପି ଘଡେଇ ନାମକ ତାର ଜଣେ ସାଥି ଏହି ବନ୍ଦ ପଡିଥିବା ଘରୋଇ ଚକ୍ଷୁ ଡାକ୍ତରଖାନା ପରିସରରେ ବସିଥିଲେ । ଏତିକି ବେଳେ ଚାରିଜଣ ଯୁବକ ଖଣ୍ଡା ଓ ଫାର୍ସା ଆଦି ମାରଣାସ୍ତ୍ର ସହ ଆସି ଅଚାନକ ଆକ୍ରମଣ କରିଥିଲେ । ବାପି ଘଡେଇ ଖସି  ପଳାଇ ଥିବାବେଳେ  ମିଥୁନର ବେକକୁ ହାଣି ସେମାନେ ହତ୍ୟା ପରେ ଫେରାର ହୋଇ ଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts