ବିନିକା: ଗାଡିରୁ ମାଟି ଅନ୍‌ଲୋଡ ବେଳେ ଚାଲିଗଲା ଜୀବନ

Published By : Prameya-News7 Bureau | January 02, 2021 IST

ବିନିକା୨/୧: ହାଇଓ୍ବା ଓଲଟି ଯୁବକଙ୍କ ମୃତ୍ୟୁ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ଡୁଙ୍ଗୁରିପାଲିର ରଙ୍ଗତପନଲାଲ ବର୍ଗେ, ତାଙ୍କ ବୟସ ୨୭ ବର୍ଷ। ଶନିବାର ରଙ୍ଗତପନ ଲାଲ ନିଜ ଜମିରେ ହାଇଓ୍ବା ଗାଡ଼ିରେ ମାଟି ପକାଇବା ପାଇଁ ଆଣିଥିଲେI

ମିଳିଥିବା ସୂଚନା ମୁତାବକ, ଗାଡିରୁ ମାଟି ଅନଲୋଡ କରିବା ଲାଗି ରଙ୍ଗତପନଲାଲ ଡ୍ରାଇଭରଙ୍କୁ ଜାଗା ଦେଖାଉଥିଲେ। ଏହି ସମୟରେ ଡ୍ରାଇଭର ଜଣଙ୍କ ବେପରୁଆ ଭାବେ ରଙ୍ଗତପନଲାଲଙ୍କ ଉପରେ ମାଟି ଢ଼ାଳି ଦେଇଥିଲେ। ଏହି ମାଟିରେ ରଙ୍ଗତପନଲାଲ ସମ୍ପୂଣ୍ଣ ଭାବେ ପୋତି ହୋଇଯାଇଥିଲେ। ଏହି ସମୟରେ ଗାଡିର ଚକ ଦବି ଯିବାରୁ ହାଇଓ୍ବା ମଧ୍ୟ ଓଲଟି ପଡିଥିଲା I ଖବରପାଇଁ ଘଟଣାସ୍ଥଳକୁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ମାଟିରୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.