ନଦୀ ସୁଅରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | September 12, 2021 IST

ଉଦଳା - ନଦୀ ସୁଅରେ ଭାସିଗଲେ ଯୁବକ । ନିଖୋଜ ଯୁବକ ମୁଷୁ ହେମ୍ବ୍ରମ୍ ବୋଲି ଜଣାପଡିଛି । ଖବର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଆରମ୍ଭ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଦାପାଳ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗୋରୁ ନେଇ ଯାଉଥିବା ବେଳେ ଦେଓ ନଦୀରେ ହଠାତ୍‌ ପାଣିର ସୁଅ କିଛି ମାତ୍ରାରେ ବଢିଯାଇଥିଲେ । ଯାହାଫଳରେ ଯୁବକଙ୍କ ଜଣଙ୍କ ନଦୀ ସୁଅରେ ଭାସିଯାଇଥିଲେ । ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.