Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରେଳ ଟ୍ରାକରେ ପଡିଛି ଯୁବକଙ୍କ କଟା ମୁଣ୍ଡ-ଗଣ୍ଡି, ହତ୍ୟା ନା ଆତ୍ମହତ୍ୟା

13/09/2021 at 11:57 AM

ନୂଆପଡା ୧୩।୦୯: ରେଲୱେ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଠାବ । ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରଲିବାହାଳି ଫାଟକ ନିକଟରେ ଘଟିଛି ଘଟଣା । ମୃତ ଯୁବକ ଜଣଙ୍କ କୋମନା ଥାନା କାଣ୍ଡେତରା ଗାଁର ପୁସ୍ତମ ସତନାମୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ସୋମବାର ସକାଳ ସମୟରେ ମୁରଳିବାହାଳି ଗାଁ ରେଲୱେ ଲେବଲ କ୍ରସିଂ ନିକଟରେ ଟ୍ରେନରେ କଟି ମୁଣ୍ଡ ଗଣ୍ଡି ଅଲଗା ହୋଇ ଏକ ମୃତଦେହ ପଡିଥିଲା । ମୃତଦେହଟି ପୁସ୍ତମଙ୍କ ବୋଲି ସୂଚନା ରହିଥିଲା । ଏନେଇ ସ୍ଥାନୀୟ ଲୋକେ ରେଲୱେ ପୁଲିସକୁ ଖବର ଦେବାରୁ ଟିଟିଲାଗଡ଼ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିଛି ।

ତେବେ ପୁସ୍ତମ କାହିଁକି ଆତ୍ମହତ୍ୟା କରିଛନ୍ତି ନା କିଏ ତାଙ୍କୁ ହତ୍ୟା କରି ଟ୍ରେନ ଧାରଣାରେ ଫିଙ୍ଗି ଦେଇଛି । ତାହା ସ୍ପଷ୍ଟ ହୋଇ ପାରିନାହିଁ । ଘଟଣାର ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ରେଲୱେ ପୁଲିସ ।

   Related Posts