କେନାଲରେ ଖସିପଡିଲେ ଯୁବକ, ମିଳିଲା ମୃତଦେହ...

Published By : Prameya-News7 Bureau | July 16, 2021 IST

ସାଲେପୁର,୧୬/୦୭:   କେନାଲରେ ପଡି ଯୁବକଙ୍କ ମୃତ୍ୟୁ। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ତେନ୍ତୋଳ ଠାରେ। ମୃତ ଯୁବକ ହେଲେ ସ୍ଥାନୀୟ ତେନ୍ତୋଳ ଗ୍ରାମର ମନୋଜ ଭୋଇ।

ସୂଚନାନୁସାରେ, ମନୋଜ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା କେନାଲର ତେନ୍ତୋଳ ପୋଲ ଉପରେ ବସିଥିଲେ । ତେବେ କୌଣସି କାରଣବଶତଃ ସେ କେନାଲ ଭିତରକୁ ଖସି ପଡିଥିଲେ। ଏନେଇ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ ଗାଡିକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଚି ବହୁ ଖୋଜାଖୋଜି କରିବା ପରେ ମନୋଜଙ୍କ ମୃତଦେହ ମିଳିଥିଲା।

ତାଙ୍କୁ ତୁରନ୍ତ ସାଲେପୁର ମେଡିକାଲକୁ ଅଣାଯାଇଥିଲା  । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ସାଲେପୁର ପୋଲିସ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.