Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

25/10/2021 at 9:02 AM

ଝାରସୁଗୁଡା, ୨୫/୧୦: ଝାରସୁଗୁଡା ଜିଲ୍ଲା  କୁରେଇମାଲ ଗ୍ରାମରେ ଅଭାବନୀୟ ଘଟଣା । ପଡୋଶୀ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ,  ରେଙ୍ଗାଲି ଥାନା ଅନ୍ତର୍ଗତ କୁରେଇମାଲ ଗାଁର ଏହି ଘଟଣା ଘଟିଛି।ମୃତକ ହେଲେ ସେହି ଦେବ ରାଉତ । ଦେବଙ୍କ ମୃତଦେହ ପଡୋଶୀ ବିଜୁ ଧରେଇଙ୍କ ଘରର ଏକ କୋଠରୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହା  ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts