ମାଛ ଧରିବାକୁ ଯାଇ ନଦୀରେ ଭାସିଯାଇଥିଲେ ଯୁବକ, ଏବେ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 12, 2021 IST

ପାଟଣା ୧୨।୧୦: ମାଛ ଧରିବାକୁ ଯାଇ ନଦୀରେ ଭାସି ଯୁବକ ନିଖୋଜ ଘଟଣା । ଏବେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କପୁଣ୍ଡି ଗ୍ରାମର ସହଦେବ ବିଶୋଇ । କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗାଁ ନିକଟ ବୈତରଣୀ ନଦୀରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ସହଦେଵ ନିଜ ସାଙ୍ଗ ସହ ବୈତରଣୀ ନଦୀରେ ମାଛ ମାରୁଥିବା ସମୟ ରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ନିଖୋଜ ସ୍ଥାନର କିଛି ଦୂରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପାଟଣା ମେଡିକାଲକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.