Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମୃତ୍ୟୁର ୪୮ ଘଣ୍ଟା ପରେ ବି ହେଲାନାହିଁ ଶବ ବ୍ୟବଚ୍ଛେଦ, ଥାନାରୁ ଥାନା ଦୌଡୁଛନ୍ତି ପରିବାର

20/09/2021 at 2:09 PM

କେନ୍ଦ୍ରାପଡ଼ା ୨୦।୦୯: ୪୮ଘଣ୍ଟା ହେଲା ବ୍ୟବଚ୍ଛେଦ ନହୋଇ ପଡିରହିଛି ଶବ । ମୃତ୍ୟୁର ୩ ଦିନ ବିତିଲା, ହେଲେ ଶବ ବ୍ୟବଚ୍ଛେଦ ହୋଇନାହିଁ । ଶବ ବ୍ୟବଚ୍ଛେଦ ଘର ଆଗରେ ବାପା ଓ ଆତ୍ମୀୟ ସୃଜନ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବରନବାବି ଚନ୍ଦନପୁର ଗାଁର ବିଷ୍ଣୁଚରଣ ସାହୁଙ୍କ ପରିବାର ପକ୍ଷରୁ ଆସିଛି ଏପରି ଅଭିଯୋଗ ।  

ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ କଟକ-ଚାନ୍ଦବାଲି ରାସ୍ତା ଗରାପୁର ଠାରେ ବିଷ୍ଣୁ ଚରଣ ସାହୁଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ  ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ପ୍ରଥମେ କେନ୍ଦ୍ରାପଡା ମେଡ଼ିକାଲ ଫାଣ୍ଡି ପରେ ଟାଉନଥାନା ଏବଂ ଶେଷରେ  ସଦର ଥାନାରେ ପହଞ୍ଚିଥିଲେ।  ବିଭିନ୍ନ ଥାନାକୁ ଦୌଡ଼ି ଦୌଡ଼ି ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଷ୍ଟ ମର୍ଟମ ହୋଇନାହିଁ । ମେଡିକାଲ ଫ୍ରିଜରରେ ଶବ ପଡିରହିଛି। ଶବ ଗାଁରେ ପହଂଚି ପାରୁନି କିମ୍ବା ଅନ୍ତିମ ସଂସ୍କାର ହୋଇପାରୁନି । ସାହି ପଡିଶା ଭୋକଉପାସରେ ରହିଛନ୍ତି। ଏସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚରିବାରୁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିନଥିଲେ । ଥାନାର କାଗଜପତ୍ର ଯୋଗୁ ବିଳମ୍ବ ହେଉଛି ବୋଲି କହିଛନ୍ତି ।

   Related Posts