ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଯୁବକ ମୃତ

Published By : Prameya-News7 Bureau | October 03, 2021 IST

ଖୋର୍ଦ୍ଧା ୦୩/୧୦:  ଶନିବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଯାଇଛି । ଖବର ପାଇ ନାଭାଲ ଫାଣ୍ଡି ପୁଲିସ ଘଟଣାର ତଦନ୍ତ ଚଲାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ନିମାଁଇମଲ ଗ୍ରାମର ଗାଡି ମେକାନିକ ମାଧବ ସ୍ୱାଇଁ (୫୩) ସନ୍ଧ୍ୟା ୭ଟାରେ ଗ୍ୟାରେଜରୁ କାମ ସାରି ସ୍କୁଟି ଯୋଗେ ଗ୍ରାମକୁ ଫେରୁଥିଲେ । ୧୬ ନମ୍ବର ଜାତୀୟ ରାଜପଥର ନାଭାଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମାଧବ ରାସ୍ତାରେ ପିଟିହୋଇ ପଡିଯାଇ ଥିଲେ । ଟ୍ରକଟି ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ମାଧବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.