Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଭଉଣୀକୁ ଶେଷ କଲ୍ : ‘ମୋତେ ଭୁଲିଯିବୁ, ଖୋଜାଖୋଜି କରିବନି’, ୭ ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ

11/05/2021 at 2:09 PM

ଖୋର୍ଦ୍ଧା,୧୧/୦୫: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁଣେଇ ଘାଟିର ଏକ ଜଙ୍ଗଲରୁ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦାପୁଟ ଗ୍ରାମର ବିଜୟ ମହାନ୍ତି(୬୨)ଙ୍କ ମୃତଦେହକୁ ସୋମବାର ପୋଲିସ ଜବତ କରିଛି । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଆତ୍ମହତ୍ୟା ପଛରେ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅନଟନ ନଚେତ ଋଣ ପରିଶୋଧ ଚାପରେ ଏ ଭଳି ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରିଛି । କିନ୍ତୁ ଆତ୍ମହତ୍ୟା ଆଗରୁ ସେ ଭଉଣୀକୁ ଆତ୍ମହତ୍ୟା ଠିକଣା ଏବଂ ନ ଖୋଜିବାକୁ ଅନୁରୋଧ କରିବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସଦରଥାନା ପୋଲିସ କହିବା ଅନୁସାରେ ବିଜୟ ଆଦର୍ଶ ଥାନା ତରତୁଆ ଗ୍ରାମରେ ରହି ସ୍ଥାନୀୟ ଅଞ୍ଚଳରେ ବେପାର କରନ୍ତି ।

ଗତ ୪ତାରିଖରେ ପୁରୀ ଜିଲ୍ଲା ପଟ୍ଟନାୟିକା ଗ୍ରାମରେ ରହୁଥିବା ଭଉଣୀ ଜୟଶ୍ରୀ ଦାସଙ୍କୁ ବରୁଣେଇ ଘାଟିତଳେ ଥିବା ଏକ ଅଚଳ ମଦ କମ୍ପାନିରେ ଆତ୍ମହତ୍ୟା କରିବାକୁ ଯାଇଥିବା କହିଥିଲେ ।ଏପରିକି ତାଙ୍କୁ ମନରୁ ଭୁଲିଯାଇ ଆଉ ଖୋଜା ଖୋଜି ନକରିବାକୁ ଫୋନରେ କହିଥିଲେ ।ଏହା ଶୁଣିବା ପରେ ଭଉଣୀ ଓ ଭିଣୋଇ ମଦକମ୍ପାନି ଆଖପାଖରେ ବହୁତ ଖୋଜିବା ସତ୍ତେ୍ୱ କୈାଣସି ସନ୍ଧାନ ପାଇନଥିଲେ । ଏହା ପରେ ସେମାନେ ଫେରିଯାଇଥିଲେ । ବନକର୍ମଚାରୀ ମୃତଦେହର ଦୁର୍ଗନ୍ଧ ବାରି ପଡ଼ିଥିବା ସ୍ଥାନକୁ ଯାଇଥିଲେ । ସଦର ପୋଲିସକୁ ଖବର ଦେବା ପରେ ପୋଲିସ ଏଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

   Related Posts