ସେଲ୍‌ଫି ନେବା ବେଳେ ଅଘଟଣ, ନଦୀରେ ଖସି ଯାଇ ଯୁବକ ନିଖୋଜ

Published By : Prameya-News7 Bureau | July 22, 2021 IST

ଆନନ୍ଦପୁର ୨୨।୦୭ : ସେଲ୍‌ଫି ନେବା ବେଳେ ଅଘଟଣ । ନଦୀରେ ଭାସି ଯାଇ ଜଣେ ଯୁବକ ହୋଇଯାଇଛନ୍ତି । ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀର ସାନଖମ୍ବ ନିକଟରେ ଘଟିଛି ଘଟଣା ।  

ଖବର ଅନୁଯାୟୀ, ବୁଧବାର କରଞ୍ଜିଆର ଅଙ୍କିତ ପୋରିଓ୍ୱାଲ ପରିବାର ଲୋକଙ୍କ ସହ ସମ୍ପର୍କୀୟ ସାନଖମ୍ବ ବୁଲିବାକୁ ଆସିଥିଲେ l ସେଠାରେ ସେଲ୍‌ଫି ଫଟୋ ଉଠାଉଥିବା ବେଳେ ସମ୍ପର୍କୀୟ ସହିତ ପାଣିରେ ଖସିପଡ଼ିଥିଲେ l ସାଙ୍ଗମାନେ ଜଣଙ୍କ ଉଦ୍ଧାର କରିଥିବାବେଳେ ଶ୍ରୀରାମ ପାଣି ଭାସି ଯାଇଥିଲେ l ଶ୍ରୀରାମଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାଡିଛି l

ଶ୍ରୀରାମ ଝାଡ଼ଖଣ୍ଡ ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସିଥିଲେ । ସେଠାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସୁନାଖମ୍ବ ବୁଲିବାକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଛି । ଗତକାଲି ସଂଧ୍ୟା ସମୟରେ ବର୍ଷା ହେବାରୁ ନଦୀରେ ପାଣି ସ୍ରୋତ ବଢିଯାଇଥିଲା । ଯାହାଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.