ଛେଳି ଚୋରି କରିବାକୁ ଗାଁରେ ପଶିଥିଲେ, ପଡିଗଲେ ଗ୍ରାମବାସୀଙ୍କ ହାବୁଡ଼ରେ, ଖୁଣ୍ଟରେ ବାନ୍ଧି ଖାଇଲେ ଉତ୍ତମ ମଧ୍ୟମ

Published By : Prameya-News7 Bureau | July 20, 2021 IST

ବାଲିପାଟଣା ୨୦।୦୭: ଛେଳି ଚୋରକୁ ଖୁଣ୍ଟରେ ବାନ୍ଧି ଛେଚିଲ ଗ୍ରାମବାସୀ । ବାଲିପାଟଣା ଥାନା ବାଗଲପୁର ଅନସ୍ତମାଳ ଏକସାହିର ଘଟିଛି ଘଟଣା। ବାଲିପାଟଣା ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଚୋରକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାଗଲପୁର ଅନସ୍ତମାଳର ଭାଗବତ ଦାସଙ୍କ ଗୁହାଳରେ ଛେଳି ଚୋରୀ କରିବା ଉଦ୍ୟେଶ୍ୟରେ ତିନି ଜଣ ଚୋର ପଶିଥିଲେ । ଏହା ପୂର୍ବରୁ ଗାଁର ଷ୍ଟ୍ରିଟ୍ରି ଲାଇଟ ବନ୍ଦ କରିଥିଲେ ଦୁର୍ବୃତ୍ତମାନେ । ଗାଁରୁ ବାରମ୍ବାର ଅଟୋ ଚକା, ପାଣି ମଟର, ଛେଳି ଚୋରି ହେଉଥିବାରୁ ଗ୍ରାମବାସୀମାନେ ସତର୍କ ହେବା ସହ ଜଗି ବସିଥିଲେ ।

ଛେଳି ଚୋରି କରି ଗୁହାଳରୁ ବାହାରିବା ବେଳକୁ ପୂର୍ବରୁ ଜଗି ରହିଥିବା ଗ୍ରାମବାସୀ ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଜଣଙ୍କୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ ଗ୍ରାମବାସୀ । ସେପଟେ  ଅନ୍ୟ ଦୁଇ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରୁ ଚୋରକୁ କାବୁ କରି ତଦନ୍ତ କରୁଛି । ଅଟକ ଥିବା ଯୁବକ ଅନସ୍ତମାଳର ହେମନ୍ତ କାଣ୍ଡି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.