ପାର୍କରେ ଛୋଟ ପିଲାଙ୍କ ଆଗରେ ଯୌନ ସମ୍ପର୍କ ରଖିଲେ ଯୁବକ-ଯୁବତୀ, ତାଗିଦ୍ କରିବା ସହ ଭିଡିଓ ଉତ୍ତୋଳନ କଲେ ଶିଶୁର ମାଆ, ଏବେ ହେଉଛି ଭାଇରାଲ

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ, ୨୮/୦୫: ପାର୍କରେ ପ୍ରଥମେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଲେ । ଆଲିଙ୍ଗନ ମଧ୍ୟ କଲେ । ପରେ ଏହା ଅଧିନ ନିବିଡ ହେବାରେ ଲାଗିଲି । ପ୍ରେମୀ ଯୁଗଳ ସବୁ ସୀମା ସରହଦ୍ ପାର୍ କରିଦେଲେ । ପାର୍କରେ ହିଁ ରଖିଲେ ଶାରୀରିକ ସମ୍ପର୍କ । ତାହା ପୁଣି ଛୋଟ ଛୋଟ ଶିଶୁଙ୍କ ଆଗରେ । ପରିସ୍ଥିତି ଏପରି ହେଲା ଯେ ପାର୍କରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ଲାଜରେ ପଳାୟନ କଲେ । କିନ୍ତୁ ଜଣେ ମହିଳା ପ୍ରେମୀ ଯୁଗଳଙ୍କ ଶାରୀରିକ ସମ୍ପର୍କ ବେଳର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏପରି ଲଜ୍ଜାଜନକ ଘଟଣା ଘଟିଛି ଏଡିନବର୍ଗ ସହରରେ ଥିବା ଆଏଲସବରୀ ପାର୍କରେ । ଦମ୍ପତ୍ତିଙ୍କ ଶାରୀରିକ ସମ୍ପର୍କ ବେଳର ମୁହୂର୍ତ୍ତକୁ ଜଣେ ମହିଳା ନିଜ ମୋବାଇଲରେ ରେକର୍ଡିଂ କରିବା ସହ ସେୟାରଚାଟ୍ ରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ, ମହିଳାଜଣଙ୍କ ଦମ୍ପତ୍ତିଙ୍କ ନିକଟକୁ ଯାଉଛନ୍ତି ଓ ପାର୍କରେ ଛୋଟ ଶିଶୁ ଥିବା ସେମାନଙ୍କୁ କହିବା ସହ ତାଗିଦ ମଧ୍ୟ କରୁଛନ୍ତି । ଏହା ଶୁଣିବା ପରେ ପୁରୁଷ ଜଣଙ୍କ ଅତି ଖାମଖିଆଲି ଭାବେ ଉତ୍ତର ରଖୁଛନ୍ତି । ପାର୍କରେ ଶିଶୁମାନେ ଖେଳୁଥିବା ସେ ଜାଣନ୍ତି ବୋଲି ମହିଳାଙ୍କୁ କହୁଛନ୍ତି । ଆହୁରି ମଧ୍ୟ ପାର୍କରେ ଏପରି କରିବା ଭୁଲ ବୋଲି ସେମାନେ ସ୍ୱୀକାର କରିଥିଲେ ମଧ୍ୟ ମହିଳାଜଣଙ୍କ ଉଲଗ୍ନ ଅବସ୍ଥାରେ ପୁଣି ନିଜ ପ୍ରେମିକଙ୍କୁ ଆଲିଙ୍ଗନ କରୁଛନ୍ତି ।

ଏସବୁ ପରେ ଭିଡିଓ ଉତ୍ତୋଳନ କରୁଥିବା ମହିଳାଜଣଙ୍କ ଜୋରରେ ପାଟି କରିବା ସହ ପାର୍କରେ ଏମିତି କାର୍ଯ୍ୟ ଭୁଲ୍ ବୋଲି କହୁଛନ୍ତି । କେବଳ ଏତିକି ନୁହେଁ ତାଙ୍କ ୭ ବର୍ଷର ଶିଶୁ ଆଗରେ ଏଫରି ନହେବାକୁ ମଧ୍ୟ ତାଗିଦ କରୁଛନ୍ତି । କିନ୍ତୁ ପ୍ରେମୀଯୁଗଳ ମହିଳାଙ୍କ କଥାକୁ ଶୁଣୁ ନାହାଁନ୍ତି । ଏସବୁ ଦୃଶ୍ୟ ମୋବାଇଲରେ ରେକର୍ଡିଂ ହୋଇଛି । କେବଳ ସ୍ନାପଚାଟ୍ ନୁହେଁ, ଫେସବୁକ, ରେଡିଟରେ ଏହି ଭିଡଓ ଭାଇରାଲ ହେବାରେ ଲାଗିଛି । ୟୁଜରମାନେ ମଧ୍ୟ ଏହା ଦେଖିବା ପରେ କମେଣ୍ଟ କରିବା ସହ ପାର୍କରେ ଅଭଦ୍ରୋଚିତ ଆଚରଣକୁ ନିନ୍ଗା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.