ଯୁବକଙ୍କ ଗଳାକାଟି ହତ୍ୟା, ବିଚ୍ ରାସ୍ତାରେ ପଡିଛି ମୃତଦେହ

Published By : Prameya-News7 Bureau | July 16, 2021 IST

ଝାରସୁଗୁଡା, ୧୬/୦୭ : ଯୁବକଙ୍କ  ଗଳା କାଟି ନିର୍ମମ ହତ୍ୟା।ବିଚ୍ ରାସ୍ତା ଉପରେ ପଡିଛି ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହରର ବେହେରାମାଲ ଅଞ୍ଚଳରେ ।

ସୂଚନାନୁସାରେ, ବେହେରାମାଳର ଏକ ଗଳି ରାସ୍ତା ରେ ଆଜି ସକାଳୁ ପଥଚାରୀ ମାନେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲେ । ଏନେଇ ଝାରସୁଗୁଡା ପୋଲିସକୁ ଖବର ଦିଆଯାଇଥିଲା । ପରେ ଘଟଣାସ୍ଥଳରେ ଏସପି  ବିକାଶ ଦାଶଙ୍କ ସହ ଏସଡିପିଓ, ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସ ତଦନ୍ତ ପରେ ମୃତକକୁ ଚିହ୍ନଟ କରାଯାଇଛି।ମୃତକ ଜଣକ ହେଲେ ମୁଙ୍ଗାପଡା ଅଞ୍ଚଳର ବିପିନ ସାହା।ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ।ଗୁରୁବାର ବିଳମ୍ବିତ ରାତିରେ ଘଟଣା ହୋଇଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଝାରସୁଗୁଡା ପୋଲିସ ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.