ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ, ପରିବାରକୁ ଆସୁଛି ଭଏସ୍‌ ମେସେଜ୍‌

Published By : Prameya-News7 Bureau | September 12, 2021 IST

ଭୁବନେଶ୍ୱର ୧୨।୦୯: ରାଜଧାନୀରେ ଚାଞ୍ଚଲ୍ୟ। ଧଉଳି ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ଅପହରଣ ଯୁବକଙ୍କ ଡେଲିଭରୀ ବଏ ହୋଇଥିବା ସୂଚନା । ପରିବାରକୁ ଏକ ଭଏସ ମେସେଜ୍‌ ଆସିଛି । ଘଟଣା ସମ୍ପର୍କରେ ଖବର ପାଇ ତନାଘନା ଆରମ୍ଭ କରିଛି ଧଉଳି ପୋଲିସ।

ଖବର ଅନୁଯାୟୀ, ଧଉଳି ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି । ଯୁବକଙ୍କ ପରିବାରକୁ ଭଏସ୍ ମେସେଜ୍‌ରେ ଏନେଇ ସୂଚନା ଦେଇଛନ୍ତି। ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ଛୁରୀ ଜବତ କରିଛି ପୋଲିସ । ଅପର ପକ୍ଷରେ ଭଏସ୍ ମେସେଜ୍ ପଠାଇଥିବା ଡେଲିଭରୀ ବଏଙ୍କ ପତ୍ତା ମିଳିନାହିଁ।

ତେବେ କିଏ ଓ କାହିଁକି ଅପହରଣ କରିଛି । ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଯଦି ଅପହରଣ କରାଯାଇଛି , ତାହା ପଛର ଉଦ୍ଦେଶ୍ୟ କଣ । ଏପରି ଅନେକ ପ୍ରଶ୍ନର ଖିଅ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.