Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାଗ ବ୍ରହ୍ମ ଚଣ୍ଡାଳ: ଯୁବକର କାଠ ଫାଳିଆ ମାଡରେ ଯୁବକଙ୍କ ମୃତ୍ୟୁ

31/01/2021 at 10:15 PM

ଜୟପୁର୩୧/୧: କଥାରେ ଅଛି, ରାଗ ବ୍ରହ୍ମ ଚଣ୍ଡାଳ। ଠିକ୍ ସେହିପରି ଜଣେ ଯୁବକ ରାଗରେ ଜଣଙ୍କୁ ପିଟି ପିଟି ହତ୍ୟା କରିଛି।  କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅଧିନ ଭୁମିଆଗୁଡା ଗାଁରେ ଯୁବକଙ୍କ କାଠ ଫାଳିଆ ମାଡରେ ଯୁବକଙ୍କ ମୃତ୍ୟୁ। ଏହି ଗ୍ରାମର  ୨୫ ବର୍ଷୀୟ ଯୁବକ ଭରତ ନାୟକଙ୍କୁ ଉକ୍ତ ଗ୍ରାମର ୨୭ ବର୍ଷୀୟ ଯୁବକ ଡମ୍ବରୁ ଭୁମିୟା  ଏକ କାଠ ଫାଳିଆରେ ପ୍ରହାର କରିଥିଲା। ଗତକାଲି ରାତି ୧୨ଟାରେ ଏହି ଘଟଣା ଘଟିଥିଲା।

ପ୍ରଥମେ ୨ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ହଠାତ୍ ଡମ୍ବରୁ  ରାଗି ଯାଇ ଏକ କାଠ ଫାଳିଆରେ ଭରତଙ୍କୁ ଆକ୍ରମଣ କରିଥିଲେ। ଫଳରେ ଭରତଙ୍କ ମୃତ୍ୟୁ ହୋଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସଂପର୍କରେ ବିସିଂହପୁର  ଥାନା ଅଧିକାରୀ  ଦାମୋଦର ବିହାରୀ ସୂଚନା ଦେଇଛନ୍ତି।

   Related Posts