ପାଟଣା: ପ୍ରେମିକାଙ୍କ ସହ କଥାବାର୍ତ୍ତା ହେବା ବେଳେ ଯୁବକଙ୍କୁ ପିିଟିପିଟି କରିଥିଲେ ହତ୍ୟା, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 03, 2021 IST

ପାଟଣା୩/୧: ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। କେନ୍ଦୁଝର ଜିଲ୍ଲାପାଟଣା ଥାନା ଏରେଣ୍ଡେଇ ଗାଁ ରଜାଭାଡ଼ି ସାପ୍ତାହିକ ହାଟରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୩ ଜଣଙ୍କୁ ପାଟଣା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏରେଣ୍ଡେଇ ଗାଁର ରଥ ମୁଣ୍ଡା, ଶିବ ମୁଣ୍ଡା ଓ ଟିମା ମୁଣ୍ଡା। ପ୍ରେମ ବ୍ୟାପରକୁ ନେଇ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।

ଗତ ଶୁକ୍ରବାର କୁମୁଳାବାହାଳୀ ଗ୍ରାମର ହେମନ୍ତ ମହାନ୍ତଙ୍କୁ ପିଟି ପିଟି ୩ ଜଣ ଯୁବକ ତାଙ୍କୁ ହତ୍ୟା କରିଥିଲେ। ସୂଚନାଯୋଗ୍ୟ ଯେ, ରଥ ମୁଣ୍ଡାଙ୍କ ଏରେଣ୍ଡେଇ ଗାଁର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସଂପୃକ୍ତ ଯୁବତୀଙ୍କ ସହ ହେମନ୍ତ କଥାବାର୍ତ୍ତା ହେବା ବେଳେ ଉତ୍ତ୍ୟକ୍ତ ହୋଇ ରଥ ମୁଣ୍ଡା ନିଜର ୨ ଜଣ ସହଯୋଗୀଙ୍କ ସହ ମିଶି ହେମନ୍ତଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.