ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
4/12/2020 at 8:46 AM

ରାଇରଙ୍ଗପୁର୪/୧୨: ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିର ପରିସରରେ ଥିବା ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ରାଇରଙ୍ଗପୁର ମୁର୍ମୁଛକ ନିକଟ ପୁରନେଶ୍ୱର ମହାଦେବ ମନ୍ଦିର ପରିସରରୁ ଏହି ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ପଡିଯାଇଛି।
ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡିନାହିଁ। ପରିବାରିକ କଳହ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି କି, ନା ଅନ୍ୟ କୌଣସି କାରଣ ଯୋଗୁଁ ଆତ୍ମହତ୍ୟା କରିଛନ୍ତି, ବର୍ତ୍ତମାନସୁଦ୍ଧା ତାହାର କାରଣ ଜଣାପଡି ନାହିଁ। ଅନ୍ୟପଟେ ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।ମୃତକର ପରିଚୟ ମିଳି ନ ଥିଲା ବେଳେ ବାରିପଦାରୁ ସାଇଣ୍ଟିଫିକ ଦଳ ଆସୁଥିବା ଜଣାପଡିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ କରିଛି।
Related Posts
ନିଆଁ ପୁଇଁବା ହେଲା କାଳ : ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
22 January 2021
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021