ମୋରମ ଖାଦାନାରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମାଛ ଧରିବା ବେଳେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ

Published By : Prameya-News7 Bureau | November 07, 2020 IST

ଆନନ୍ଦପୁର୭/୧୧: ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ସୋସ ଥାନା ଝଣଝଣା ଗାଁ ନିକଟରେ ଥିବା ଏକ ମୋରମ ଖଣିରୁ ମୃତଦେହ ଉଦ୍ଧାର କରାଯାଉଛି। ମୃତଦେହଟି ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ ମୃତଦେହ ଉଦ୍ଧାର କରିଥିଲେ।

ମିଳିଥିବା ସୂଚନା ମୁତାବକ, ମୃତକ ସ୍ଥାନୀୟ ଶଢା ଗ୍ରାମର ବାବନ ସାହୁ। ସେ ଗତକାଲି ସନ୍ଧ୍ୟାରେ ଘରୁ ବାହାରିଥିଲେ, ଆଉ ଫେରିନଥିଲେ। ସେ କୌଣସି ବନ୍ଧୁଘରେ ରହିଯାଇଥିବା ଭାବି ପରିବାର ଲୋକେ ଖୋଜାଖୋଜି କରି ନଥିଲେ। ଆଜି ସକାଳୁ ମୋରମ ଖାଦାନାରୁ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡିଛି ଯେ ମାଛ ଧରୁଥିବା ସମୟରେ ସେ ପାଣିରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.