ଜଗା-ବଳିଆ ଲଜ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମାଲିକଙ୍କ ଉପରକୁ ଉଠିଲା ଆଙ୍ଗୁଠି, ଥାନାରେ ଅଟକ

Published By : Prameya-News7 Bureau | December 20, 2020 IST

ଟାଙ୍ଗୀ୨୦/୧୨: ଜଗା-ବଳିଆ ଲଜ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ୍  ଜିଲ୍ଲାର କୋଣ୍ଡିଭେଦି, ଆର୍-ବେଲଗାମ୍ ଅଞ୍ଚଳର ଦୁପାନା ତୁଲସିଦାସ୍ ବୋଲି ଜଣାପଡିଛି । ଏହି ଘଟଣାରେ ଟାଙ୍ଗୀ ଥାନା ପୋଲିସ ଏବଂ ଚିଲିକା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ବନ୍ଦ ରୁମର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଛି।

ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ର କାରଣ ଜଣାପଡି ନାହିଁ। ମିଳିଥିବା ସୂଚନା ମୁତାବକ, ଦୀର୍ଘ୫ ଦିନ ଧରି ବ୍ୟକ୍ତି ଜଣଙ୍କ ଏଠାରେ ରୁମ୍ ଭଡା ନେଇ ରହୁଥିଲେ। ସୂଚନାଥାଉକି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କାଳୁପଡାଘାଟରେ ଜଗା-ବଳିଆ ଲଜ୍ ରହିଛି । ବେଆଇନ ଭାବେ ଦୀର୍ଘ ୮/୧୦ ବର୍ଷ ଧରି ଏହି ଲଜ୍ ଚାଲିଥିବା ଅଭିଯୋଗ ହୋଇଛି । ଲଜର କୌଣସି ପଞ୍ଜିକୃତ ନମ୍ବର ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ମୃତ୍ୟୁ ଘଟଣାରେ ଲଜ୍ ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.