ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
27/11/2020 at 9:55 AM

ସୁନ୍ଦରଗଡ଼୨୭/୧୧: ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚା ବାଇପାସ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।ଗୋପି ରାଉତ ନାମକ ଜଣେ ଯୁବକ ଗତ ରବିବାର ଦିନ ବସଷ୍ଟାଣ୍ଡ ଠାରେ କିଛି ପିଲାଙ୍କ ସହ ପାଟିତୁଣ୍ଡ କରିଥିଲେ।
ସନ୍ଧ୍ୟାରେ ଘରକୁ ନଅ ଫେରିବାରୁ ଗୋପି ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ସୋମବାର ଦିନ ସଦର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କର ମୃତ ଦେହ ବାଇପାସ ନିକଟରୁ ମିଳି ଥିବାରୁ ଗୋପିଙ୍କୁ କେହି ହତ୍ଯା କରି ଫିଙ୍ଗି ଦେଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥାନରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ କରୁଛି।
Related Posts
ଦୋକାନ ଭିତରୁ ମିଳିଲା ଦୋକାନୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
23 January 2021
ପୁରୀ ଜିଲ୍ଲାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ
23 January 2021