କ୍ରୋମାଇଟ୍ ଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଖଣି କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ
8/01/2021 at 1:42 PM

ଭୁବନ୮/୧: କ୍ରୋମାଇଟ୍ ଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପଞ୍ଚାୟତ ଅଞ୍ଚଳରେ ଅସୁରବନ୍ଧ କ୍ରୋମାଇଟ ମାଇନ୍ସ ରହିଛି। ଏଠାରେ କ୍ରୋମାଇଟ ଉତ୍ତୋଳନ ପାଇଁ ରିଅଲ ଇଣ୍ଡିଆ କମ୍ପାନୀ କାର୍ଯ୍ୟ କରୁଥିଲା। କୌଣସି କାରଣବଶତଃ ଏହି ଖଣିଟି ବନ୍ଦ ପଡିଥିବା ବେଳେ କ୍ରୋମାଇଟ୍ ଉତ୍ତୋଳନ ହୋଇଥିବା ସ୍ଥାନରେ ପାଣି ଜମି ରହିଛି।
ଏହାର ଚତୁପାର୍ଶ୍ବରେ କୌଣସି ଆବନ୍ଧ ବା ବାରିକେଟ ନଥିବାରୁ ଆଜି ପାଣିରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ମୃତଦେହଟି ଭୁଷଳ ପଞ୍ଚାୟତ କଞ୍ଚନବାହିଳୀ ଗ୍ରାମର ଗୋପାଳ ମୁଣ୍ଡା, ତାଙ୍କ ବୟସ ୨୪ ବର୍ଷ। ତେବେ ଗୋପାଳ ଗତ ୩ ଦିନ ହେଲା ନିଖୋଜ ଥିବିା ପରିବାର ଲୋକେ ଜଣାଇଥିଲେ। କ୍ରୋମାଇଟ ଖଣିର କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।