ବାଇକ୍ ଅଛି ହେଲେ ଚାଳକ ନାହିଁ: ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
22/12/2020 at 5:27 PM

କୋଣାର୍କ୨୨/୧୨: କାକଟପୁର ପ୍ରାଚୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। କାକଟପୁର ବ୍ଲକ ରାମେଶ୍ବର ଜଙ୍ଗଲ ନିକଟବର୍ତ୍ତୀ ପ୍ରାଚୀ ନଦୀରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତକ ହେଲେ କାକଟପୁର ପାଟପୁର ସାଡେଙ୍ଗା ଗ୍ରାମର ମନୋଜ କୁମାର ମହାନ୍ତି, ତାଙ୍କ ବୟସ ୪୫ ବର୍ଷ।ଗତକାଲି ସନ୍ଧ୍ୟାରେ ମୃତ ମନୋଜଙ୍କ ସ୍ତ୍ରୀ କାକଟପୁର ଥାନା ମନୋଜ ନିଖୋଜ ଥିବାର ଏକ ଲିଖିତ ଅଭିଯୋଗ କରିଥିଲେ। ରବିବାର ସକାଳ ୭ଟାରୁ ମନୋଜ ନିଖୋଜ ଥିଲେ। ବାଇକ ରହିଛି ହେଲେ କାକଟପୁର ପ୍ରାଚୀ ନଦୀରେ ତାଙ୍କ ମୃତଦେହ ଭାସୁଛି।
ମନୋଜ ବାଇକ ନଦୀବନ୍ଧ ଉପରେ ରହିଥିବା ବେଳେ ମୃତଦେହ ପାଣିରେ ଭାସୁଥିଲା ।ଆଜି ସକାଳୁ ନଦୀ ପଠାରେ ମୃତ ଦେହ ଭାସୁଥିବାର ଦେଖି ଗ୍ରାମ ବାସୀ ପୋଲିସକୁ ଜଣାଇଥିଲେ। ପରେ ଘଟଣାସ୍ଥଳରେ କାକଟପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି, ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି l