ରାଗ ହେଲା କାଳ: ଘଞ୍ଚ ଜଙ୍ଗଲରେ ଯୁବକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | January 21, 2021 IST

ମାଲକାନଗିରି୨୧/୧: ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା। ମାଲକାନଗିରି ଜିଲ୍ଲା ରୁକମଣିଗୁଡା ଗାଁ ନିକଟସ୍ଥ ପାହାଡରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ନିକଟରେ ଥିବା ସାବିତ୍ରୀ ପଥର ଖଣିରେ ଯୁବକ ଜଣଙ୍କ କାମ କରନ୍ତି। ମୃତକ ହେଲେ ରାଜେଶ ହାସଦା, ରୁକମଣିଗୁଡରେ ତାଙ୍କ ଘର।

ମିଳିଥିବା ସୂଚନା ମୁତାକବ, ଗତକାଲି ବିଳମ୍ବିତ ରାତିରେ ଗାଁରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରଦିନ ରାତିରେ ରାଜେଶ ଘରୁ କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଗୁରୁବାର ସକାଳେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ରାଜେଶଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାପରେ ମାଲକାନଗିରି ଆଦର୍ଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.