Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଯୁବକଙ୍କୁ ଅପହରଣ ! ପ୍ରଦିବାଦରେ ରାସ୍ତାରୋକ୍, ସରପଞ୍ଚଙ୍କ ଗାଡି ଭଙ୍ଗାରୁଜା

11/05/2021 at 12:20 PM

ଆଠଗଡ,୧୧/୦୫:  ଘରକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ଅଭିଯୋଗ । ଅପହରଣ  ଅଭିଯୋଗ ପରେ ରାସ୍ତା ରୋକ୍ କଲେ ଗ୍ରାମବାସୀ । ଉଦ୍ଧାର ପାଇଁ କଲେ ଦାବୀ । ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ।

ସୂଚନା ଅନୁସାରେ, ସୋମବାର ରାତିରେ ରାଜେନ୍ଦ୍ର ପୁହାଣ ଘରକୁ ଫେରୁଥିଲେ । ଫେରିବା ସମୟରେ ଗ୍ରାମର ଜୈନିକ ବ୍ୟକ୍ତି ତାଙ୍କୁ ଗାଁ ବିବାଦକୁ ନେଇ ଅପହରଣ କରିଥିବା ରାଜେନ୍ଦ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅପହରଣକୁ ବିରୋଧ କରି ଗ୍ରାମବାସୀ ମଙ୍ଗଳବାର ସକାଳେ ରାସ୍ତା ଅବରୋଧ କରିଛନ୍ତି। ସେମାନେ ସରପଞ୍ଚଙ୍କ ଘର, ଗାଡି  ଭଙ୍ଗାରୁଜା କରିବା ସହ  ପୁରୁଣା କଟକ- ସମ୍ବଲପୁର ରାସ୍ତାର ମହାକାଳବସ୍ତ ଛକ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରିଛନ୍ତି । ଏହାସହ  ରାଜେନ୍ଦ୍ରଙ୍କୁ ଫେରାଇବା ଦାବି କରି ଏବେବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ସ୍ଥିତି ନିୟନ୍ତ୍ରଣ ପାଇଁ  ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହିତ ଆଠଗଡ ଥାନାରେ ଏତଲା କରାଯାଇଛି । ଏହାସହ ଦୁଇଟି ଟିମ୍ କରାଯାଇ ନିଖୋଜଙ୍କୁ ଖୋଜା ଚାଲିଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି  ।

   Related Posts