ଜୀବନ ହାରିଲେ ଯୁବ ସାମ୍ବାଦିକ

Published By : Prameya-News7 Bureau | April 29, 2021 IST

ପାଟଣା,୨୯/୦୪: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଦୁଧନାଳି ଗ୍ରାମର  ଯୁବ ସାମ୍ବାଦିକ ରମେଶସେନ୍ ମୁଣ୍ଡାଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।

ରମେଶସେନ୍ ସାହାରପଡା ବ୍ଲକ ଅଞ୍ଚଳ ପାଇଁ ଏକ ୱେବ୍ ଚ୍ୟାନେଲର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ। ଦୁଇଦିନ ତଳେ ସେ ଥଣ୍ଡାରେ ପୀଡ଼ିତ ଥିଲେ । ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ୧୦୮ ସାହାଯ୍ୟରେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ।ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ତାଙ୍କ ବିୟୋଗରେ ପାଟଣା ଘଟଗାଁ ସାହାରପଡା ଅଞ୍ଚଳର ସାମ୍ବାଦିକମାନେ ଶୋକ ପ୍ରକାଶ କରିଛନ୍ତି । ଏହାସହ ମାଛଗଡ଼ ପଞ୍ଚାୟତର ସମିତିସଭ୍ୟ ତଥା ଯୁବ ସମାଜସେବୀ  ରଞ୍ଜନ ସାହୁ  ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.