ଯୁବକଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାଶ କଲା ଆଠଗଡ଼ ପୋଲିସ୍‌: ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଛି ସାଥୀ କର୍ମଚାରୀ

Published By : Prameya-News7 Bureau | February 06, 2020 IST

ଆଠଗଡ଼୬/୨:( ବିରୁପାକ୍ଷୟ ପ୍ରଧାନ) ଆଠଗଡ଼ରୁ ରେଙ୍ଗାଲି ସୁପରଭାଇଜର ନିଖୋଜ ଘଟଣାର ପର୍ଦ୍ଦାଫାଶ କରିଛି ଆଠଗଡ଼ ପୋଲିସ। ସିମେଣ୍ଟ ଚୋରା କାରବାରକୁ ନେଇ ଗୋଟିଏ ଘରେ ରହୁ ଥିବା ଦୁଇ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଅଭିଯୁକ୍ତ ବିଶ୍ଵଜିତ ସାହୁ ସୌମେନ୍ଦ୍ର ସାହୁଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି।

{"id":221142,"sizeSlug":"large"}

ଉଭୟ କେନ୍ଦ୍ରାପଡା ଅଞ୍ଚଳର ଅକ୍ଷୟ କୁମାର ସାହୁଙ୍କ ଶିବଜ୍ୟୋତି କନଷ୍ଟ୍ରକସନ ଅଧିନରେ ରେଙ୍ଗାଲି ଦକ୍ଷିଣ କେନାଲ ଖୋଳାକାମର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଗତ ୩ ତାରିଖରୁ ଆଠଗଡ଼ ଥାନାରେ ସୌମେନ୍ଦ୍ରଙ୍କ ନିଖୋଜ ରିପୋର୍ଟ ଦେବାପରେ ପୋଲିସ ତାଙ୍କ ରୁମ୍ ରେ ରହୁଥିବା ତାଙ୍କର ଦୁଇ ଜଣ ସାଥିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା।

ଆଜି ଅଭିଯୁକ୍ତ ବିଶ୍ଵଜିତ ହତ୍ୟା କରିଥିବା ପୋଲିସ ଆଗରେ ମାନିବା ପରେ ପୋଲିସ ଅଭିଯୁକ୍ତକୁ ସାଙ୍ଗରେ ଧରି ମୃତ ଦେହକୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଛି। କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ,ଡି ଏସ୍ ପି ଆଲୋକ ରଂଜନ ରାୟ ଓ ଆଠଗଡ଼ ଆଇ ଆଇ ସି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.