ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା
16/07/2020 at 5:50 PM

ବଡ଼ମ୍ବା୧୬/୭: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା। ବଡ଼ମ୍ବା ବ୍ଳକ ଗୋପାଳପୁର ଅଞ୍ଚଳରେ ଥିବା ଏଟିଏମ୍ ନିକଟରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଗୋପାଳ ସାହୁ। ତାଙ୍କ ବୟସ ୨୫ ବର୍ଷ। ମିଳିଥିବା ସୂଚନା ଅନୁସାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଭାରତ ସାହୁକୁ ପୋଲିସ୍ ଗିରଫ କରିଛି। ଏହି ଘଟଣାରେ କିଏ କିଏ ସଂପୃକ୍ତ ଅଛନ୍ତି, ଏହି ହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି କି, ଏହି ସବୁର ଖୋଳତାଡ଼ ଆରମ୍ଭ କରୁଛି ବଡ଼ମ୍ବା ପୋଲିସ୍।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021