ଯୁବକଙ୍କ ଉପରେ ମାଡିଗଲା ଟ୍ରକ: ଘଟଣାସ୍ଥଳରେ ଛଟପଟ ହୋଇ ଉଡିଗଲା ପ୍ରାଣବାୟୁ

Published By : Prameya-News7 Bureau | October 21, 2020 IST

ପାଟଣା୨୦/୧୦: ଯୁବକଙ୍କ ଉପରେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଭାରତ ପେଟ୍ରୋଲ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ଜଣେ ଯୁବକଙ୍କ ଜଣଙ୍କ ଯିବା ସମୟରେ ତାଙ୍କ ଉପରେ ଅଜଣା ଟ୍ରକ ମାଡି ଯାଇଥିଲା।

ମୃତ ଯୁବକ ହେଲେ ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତର କଇଣ୍ଡା ଗ୍ରାମର ରତି ରଞ୍ଜନ ବେହେରା। ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ କ୍ଷତିପୂରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥରେ ସ୍ଥାନୀୟ ଲୋକେ ଧାରଣରେ ବସିଛନ୍ତି। ଯାହାଫଳରେ ଶହ ଶହ ଯାନ ବାହନ ଅଟକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.