କର୍ଲ।ପାଟ ଅଭୟାରଣ୍ୟରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ପ୍ରତ୍ୟକ୍ଷଦର୍ଶୀ କହିଲେ...

Published By : Prameya-News7 Bureau | September 01, 2020 IST

କଳାହାଣ୍ଡି୧/୯: କର୍ଲ।ପାଟ ଅଭୟାରଣ୍ୟରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ହତ୍ୟା କରି ଯୁବକଙ୍କୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତକ ସହ ଅନ୍ୟ ଜଣେ କେହି ଥିଲେ, ତାଙ୍କର ସନ୍ଧାନ ଏପର୍ଯ୍ୟନ୍ତ ମିଳି ପାରୁ ନାହିଁ। ଏହି ହତ୍ୟାକାଣ୍ଡରେ ଭବାନୀପାଟଣା ସଦର ଥାନା ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ମୃତକ ହେଲେ ନାଗଝୁରୀ ଗାଁର ୨୧ ବର୍ଷ ବୟସ୍କ ମୋହନ ସୁନାନୀ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ ମୃତକ ସହ ବିଜୟ ନାୟକ ନାମକ ଜଣେ ଯୁବକ ପୋଡାପଦର ଗାଁରୁ ଫେରୁଥିଲେ। ଠିକ୍ ସେହି ସମୟରେ ମୋହନଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.